ବିନା ବିବାହରେ ସରୋଗେସିକୁ ଅନୁମତି ନାହିଁ : ସୁପ୍ରିମକୋଟ 7-2-24 ନୂଆଦିଲ୍ଲୀ : ବିନା ବିବାହରେ ସରୋଗେସି ମାଧ୍ୟମରେ ଜଣେ ମହିଳା ହେବାର ମାତା ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ କୋର୍ଟ ମନ୍ତବ୍ୟ ଦେଇଛନ୍ତି ଆମେ ଏହି ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭଳି କରିପାରିବୁ ନାହିଁ । ଏହି ପ୍ରସଙ୍ଗରେ ଆମେ ସେମାନଙ୍କୁ ଅନୁସରଣ କରିପାରିବୁ ନାହିଁ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଦେଶରେ ବିବାହ ପ୍ରତିଷ୍ଠାନକୁ ସୁରକ୍ଷିତ କରାଯିବା ଉଚିତ । ଆମକୁ ଏହିପରି ଅନୁଷ୍ଠାନଗୁଡିକର ସୁରକ୍ଷା କରିବାକୁ ପଡିବ । ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କ ଡବଲ ବେଞ୍ଚରେ ପୂର୍ବରୁ ଏହି ମାମଲାର ଶୁଣାଣି ହୋଇଥିଲା । ମାମଲାରେ ଜଣେ ୪୪ ବର୍ଷ ବୟସ୍କା ଅବିବାହିତ ମହିଳା ଆବେଦନ କରିଛନ୍ତି । ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ସେ ବିନା ବିବାହରେ ସରୋଗେସି ମାଧ୍ୟମରେ ମା ହେବାକୁ ଚାହୁଁଛନ୍ତି । ଏପରି ପରିସ୍ଥିତିରେ କୋର୍ଟ ତାଙ୍କୁ ଅନୁମୋଦନ ଦେବା ଉଚିତ । ଏହା ଶୁଣି ଡବଲ ବେଞ୍ଚ ପ୍ରଶ୍ନ ଉଠାଇଥିଲେ ସେ କାହିଁକି ଏହା କରିବାକୁ ଚାହୁଁଛନ୍ତି, କିନ୍ତୁ ଆମ ଦେଶରେ ମା ହେବାର ଅନେକ ଉପାୟ ଅଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଆଇନ ଅନୁଯାୟୀ ଯଦି ଜଣେ ମହିଳା ମା ହେବାକୁ ଚାହାନ୍ତି ତେବେ ସେ ବିବାହ କରିପାରିବେ । ଏହା ବ୍ୟତୀତ ଏକ ଶିଶୁ ପୋଷ୍ୟ ଭାବେ ଗ୍ରହଣ କରିବାର ଅଧିକାର ଦେଶର ଆଇନରେ ମଧ୍ୟ ଦ...
Comments
Post a Comment