ଓଡିଶା ଉଚ୍ଚ ନ୍ୟାୟାଳୟ

 




ଓଡ଼ିଶା ହାଇକୋର୍ଟ ଇତିହାସରେ ଏକ ନୂଆ ଫର୍ଦ୍ଦ ସୁପ୍ରିମକୋର୍ଟର ୧୦୦ଟି ରାୟର ଓଡ଼ିଆ ଅନୁବାଦ ଉପଲବ୍‌ଧ


କଟକ: ଓଡ଼ିଶା ହାଇକୋର୍ଟ ବିଶ୍ୱର ଟପ୍‌-୩ ଇକନୋମିରେ ଆସିବ ଭାରତ: ମୋଦି ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ସୁପ୍ରିମକୋର୍ଟଙ୍କର ଉଲ୍ଲେଖନୀୟ ୧୦୦ଟି ରାୟ ଓଡ଼ିଆ ଭାଷାରେ ଅନୁବାଦ ହୋଇ ଏବେ ହାଇକୋର୍ଟଙ୍କୱେବସାଇଟରେ

ଉପଲବ୍ଧ ହୋଇଛି । ଫଳରେ ହାଇକୋର୍ଟ ୱେବସାଇଟରୁ ଜଣେ ବ୍ୟକ୍ତି ଓଡ଼ିଆ ଭାଷାରେ ଅନୁଦିତ ସୁପ୍ରିମକୋର୍ଟଙ୍କ ରାୟ ସବୁ ପଢି ପାରିବ । ହାଇକୋର୍ଟ ୱେବସାଇଟର

ଜଜ୍‌ମେଣ୍ଟସ୍ ଇନ୍ ଭର୍ଣ୍ଣାକୁଲାରଲାଙ୍ଗୁଏଜ୍‌\'(ସ୍ଥାନୀୟ ଭାଷାରେ

ଅନୁଦିତ ରାୟସମୂହ)ଶୀର୍ଷକ ସ୍ଥାନରେ ଓଡ଼ିଆ ଭାଷାରେ ଅନୁଦିତ ସୁପ୍ରିମକୋର୍ଟଙ୍କ ରାୟ ସବୁ ଉପଲବ୍ଧ ହେଉଛି । ଏଥି ସହିତ ହାଇକୋର୍ଟଙ୍କ ୨୭ଟି ଓଡ଼ିଆ ଭାଷାରେ ଅନୁଦିତ ରାୟ ମଧ୍ୟ ଏଠାରେ ଉପଲବ୍ଧ ରହିଛି । ଓଡ଼ିଆରେ ଅନୁବାଦ ହୋଇଥିବା ରାୟସହିତ ମୂଳ ଇଂରାଜୀ ରାୟ ମଧ୍ୟ ଉପଲବ୍ଧ ରହିଛି । ସାଧାରଣ ଲୋକ ଅନେକ ସମୟରେ ଅଦାଲତି ରାୟ ବୁଝି ପାରି ନଥାନ୍ତି । ଆଇନରେ ଥିବା ସବୁ ଶବ୍ଦର ଅର୍ଥ ବୁଝିବା କଷ୍ଟ ହୋଇଥାଏ । କିନ୍ତୁ ମାତୃଭାଷାରେ ରାୟର ଅନୁବାଦ ଉପଲବ୍ଧ ହେବା ଦ୍ୱାରା ଏବେ ସାଧାରଣ ଲୋକ ସହଜରେ ଅଦାଲତି ରାୟକୁ ବୁଝି ପାରିବେ । ଏଥି ସହିତ ନ୍ୟାୟିକ ପ୍ରକ୍ରିୟା ସେମାନଙ୍କ ପାଇଁ ଆଉ ଅଡୁଆ ପାଠ ହୋଇ ରହିବ ନାହିଁ ବୋଲି ଆଶା କରାଯାଇଛି । ୨୦୨୩, ଫେବ୍ରୁଆରି ୩ରେ ରାଜ୍ୟର ୧୦ଟି ଜିଲ୍ଲାରେ ହାଇକୋର୍ଟଙ୍କ ପକ୍ଷରୁ ପ୍ରତିଷ୍ଠିତ ଭର୍ଚୁଆଲ କୋର୍ଟ ଉଦଘାଟନ କରିବା ଅବସରରେ ଭର୍ଚୁଆଲ ବ୍ୟବସ୍ଥାରେ ଯୋଗ ଦେଇ ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ‘ଇ-ଇନିସିଏଟିଭ୍‌’ର ପ୍ରଶଂସା କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟର ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ ପାଇଁ ମାଡ୍ରାସ ଆଇଆଇଟି ସହଯୋଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରଧାନ ବିଚାରପତି କହିଥିଲେ । ଓଡ଼ିଶା ହାଇକୋର୍ଟ ଏହାର ରାୟର ଓଡ଼ିଆ ଅନୁବାଦ ପାଇଁ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ଆଶା ପ୍ରକାଶ କରିଥିଲେ ।


Comments

Popular posts from this blog

ଧର୍ମାନ୍ତରୀକରଣ

ସୋସିଆଲ ମିଡିଆ

ସରୋଗେସି