ଧାରା 370

 11-12-2023

ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ସ୍ଥିତିକୁ ବାତିଲ କରିବା ଠିକ୍; ଧାରା 370 ସମ୍ପୂର୍ଣ୍ଣରୂପେ ଏକ   ଅସ୍ଥାୟୀ ବ୍ୟବସ୍ଥା ଥିଲା: ସୁପ୍ରିମକୋର୍ଟ |



ଧାରା ୩୭୦ ଉପରେ ‘ସୁପ୍ରିମ’ ମୋହର

ନୂଆଦିଲ୍ଲୀ, ୧୧ ।୧୨: ଧାରା ୩୭୦ ବୈଧତା ଉପରେ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଦୀର୍ଘ ୪ ବର୍ଷ ୪ମାସ ଓ ୬ ଦିନ ପରେ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତ୍ୱତାଧୀନ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହା ଉପରେ ମୋହର ମାରିଛନ୍ତି । ସିଜେଆଇ କହିଛନ୍ତି, ଜାମ୍ମୁ-କାଶ୍ମୀର ହେଉଛି ଭାରତ ଅଭିନ୍ନ ଅଙ୍ଗ । ରାଜ୍ୟରୁ ଧାରା ୩୭୦ ଉଚ୍ଛେଦ ସଠିକ୍ ନିଷ୍ପତ୍ତି । କେନ୍ଦ୍ର ସରକାରଙ୍କ ୨୦୧୯ ଅଗଷ୍ଟ ୫ ତାରିଖ ନିଷ୍ପତ୍ତି ବଳବତ୍ତର ରହିବ । ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ଅଧିକାର ଭିତରେ ରହିଛି । ଧାରା ୩୭୦ ସମ୍ବିଧାନରେ ଅସ୍ଥାୟୀ ବ୍ୟବସ୍ଥା ଥିଲେ । ତେଣୁ ଏହି ଅନୁଚ୍ଛେଦ ଉଚ୍ଛେଦ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ପାରିବା ନାହିଁ । ଅନ୍ୟପଟେ ଶୀଘ୍ର ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ଅଦାଲତ କହିଛନ୍ତି । ସିଜେଆଇ କହିଛନ୍ତି, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଅଧିସୂଚନା ଜାମ୍ମୁକାଶ୍ମୀରରେ ସମ୍ବିଧାନ ସଭା ଭାଙ୍ଗିବା ପରେ ନିଆଯାଇଛି । ପରେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଅନୁଚ୍ଛେଦ ୩୭୦ ହଟାଇବା ଅଧିକାରୀ ଜାମ୍ମୁ-କାଶ୍ମୀର ଏକକୀକରଣ ପାଇଁ ନିଆଯାଇଛି । ଏହି ଧାରାକୁ ଜାମ୍ମୁ-କାଶ୍ମୀରରୁ ହଟାଇବା ଆଦେଶ ସାମ୍ବିଧାନିକ ଭାବେ ବୈଧ । ଏଥିରେ କୌଣସି ଭୁଲ୍ ନିଷ୍ପତ୍ତି ନିଆଯାଇନାହିଁ ବୋଲି ଅଦାଲତା କହିଛନ୍ତି । ଏହି ଅନୁଚ୍ଛେଦ ଅସ୍ଥାୟୀ ଭାବେ ଲାଗୁ ହୋଇଥିଲା । ଜାମ୍ମୁ-କାଶ୍ମୀର ନିକଟରେ କୌଣସି ଅନ୍ତରୀଣ ସଂପ୍ରଭୁତା ନଥିଲା । କୋର୍ଟ କହିଛନ୍ତି, ଜାମ୍ମୁକାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ବୈଧ କିମ୍ବା ଅବୈଧ ଏହା ଏବେ ପ୍ରସଂଗ ନୁହେଁ । ୨୦୧୮ରୁ ରାଜ୍ୟରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ବୈଧତା ଉପରେ ନିଷ୍ପତ୍ତି ଶୁଣାଇବାକୁ ମନା କରିଛନ୍ତି । କାରଣ ଆବେଦନକାରୀ ଏହା ଉପରେ କୌଣସି ଚ୍ୟାଲେଞ୍ଜ ହୋଇନାହିଁ । ସିଜେଆଇ କହିଛନ୍ତି, ଯେତେବେଳେ ଅନୁଚ୍ଛେଦ ପ୍ରତ୍ୟାହାର ସଠିକ୍ ନିଷ୍ପତ୍ତି ଜାମ୍ମୁ କାଶ୍ମୀରକୁଶୀଘ୍ର ଦିଅ ରାଜ୍ୟ ମାନ୍ୟତା ଦେବାକୁ ନିର୍ଦ୍ଦେଶ ରାୟ ଐତିହାସିକ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥାଏ, ସେତେବେଳେ ରାଜ୍ୟର ସଂଘୀୟ ଶକ୍ତି ସଙ୍କୋଚିତ ହୋଇଥାଏ । ଏହାଛଡ଼ା ସିଜେଆଇ କହିଛନ୍ତି, ଆର୍ଟିକିଲ୍ ୩୭୦ କେବଳ ଧାରା ୩୭୦ ଆଧାରରେ ସଂଶୋଧିତ କରାଯାଇପାରିଥାନ୍ତା । ଏହା ସହିତ ୩୦ ସେପ୍େଟମ୍ବର ୨୦୨୪ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବାକୁ କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି ଶୀଘ୍ର ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ରକୁ କହିଛନ୍ତି । ଅନ୍ୟପଟେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ବଳବତ୍ତର ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଜମ୍ମୁ କାଶ୍ମୀରରେ ମଧ୍ୟ ଅନ୍ୟ ରାଜ୍ୟ ଭଳି ସମାନ ଆଇନ ବ୍ୟବସ୍ଥା ଲାଗୁ ହେବ ଏବଂ ଜମ୍ମୁ କଶ୍ମୀର ଆଉ କେନ୍ଦ୍ରଶାସିତ ଅଞ୍ଚଳ ନହୋଇ ଭାରତର ଏକ ରାଜ୍ୟ ଭାବେ ପରିଗଣିତ ହେବ । ସୁପ୍ରିମକୋର୍ଟର ସମ୍ବିଧାନ ବେଂଚ ଦ୍ୱାରା - ଜାମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦ ସମ୍ପର୍କରେ ଦିଆଯାଇଥିବା ରାୟକୁ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଜାମ୍ମୁକାଶ୍ମୀର ଓ ଲଦାଖ ଭାଇଭଉଣୀଙ୍କ ସ୍ୱପ୍ନ ପୂରଣ ନିଷ୍ପତ୍ତିରେ ଆମେ ଅଟଳ । ଧାରା ୩୭୦ ଦ୍ୱାରା ପୀଡ଼ିତ ସମାଜର ସମ୍ବେଦନଶୀଳ ବର୍ଗ ଯାଏ ବିକାଶ ପହଂଚିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେ କହିଛନ୍ତି ଯେ ଆଜିର ରାୟ କେବଳ ଏକ ଆଇନଗତ ବିଚାର ନୁହେଁ, ଏହା ଆଶାର ଆଲୋକ । ଉଜ୍ଜ୍ୱଳ ଭବିଷ୍ୟତ ସହ ସୁଦୃଢ଼ ଓ ସଂଗଠିତ ଭାରତ ନିର୍ମାଣ ପାଇଁ ବଦ୍ଧ ପରିକର ବୋଲି ସେ କହିଛନ୍ତି ।


Comments

Popular posts from this blog

ଧର୍ମାନ୍ତରୀକରଣ

ସୋସିଆଲ ମିଡିଆ

ସରୋଗେସି